ପଞ୍ଚାୟତସ୍ତରୀୟ ସଚେତନତା ଶିବିର

Feb 15, 2024 - 18:59
Feb 15, 2024 - 19:13
 0  594
ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବାସୁଦେବପୁର (RNI) ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ବାସୁଦେବପୁର ବ୍ଲକର ଗ୍ରାମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ବାସୁଦେବପୁର ବ୍ଲକର ଅଢୁଆଁ, ଇରମ ଓ ନୂଆଗାଁ ପଂଚାୟତର ଗ୍ରାମ ପଂଚାୟତସ୍ତରୀୟ ସଚେତନତା ଶିବିରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ବ୍ଲକର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳପ୍ରମୁଖ ଯୋଗଦେଇଥିଲେ । ତାଙ୍କ ସହିତ ଅଢୁଆଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ଗିରିଶଚନ୍ଦ୍ର ସାମଲ,ଇରମ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରଫୁଲ୍ଲ ବିଶ୍ବାଳ,ନୂଆଗାଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନିରୁଦ୍ଧ ମଳିକ,ଅଢୁଆଁ ପଞ୍ଚାୟତର  ସରପଞ୍ଚ , ଦୀନବନ୍ଧୁ ଦାସ ଯୋଗଦେଇଥିଲେ । ସମସ୍ତ ପଂଚାୟତରେ ଆମ ପଂଚାୟତର ବିକାଶ ପୁସ୍ତିକାକୁ ଲୋକାର୍ପଣ କରାଯାଇଥିଲା । ସହକାରୀ ଯନ୍ତ୍ରୀ ଅନିଶ ସୁବୁଦ୍ଧି ରାୟ,ତିନିଗୋଟି ପଞ୍ଚାୟତର ପିଇଓମାନେ ଯୋଗ ଦେଇଥିଲେ I

Follow the RNI News channel on WhatsApp: https://whatsapp.com/channel/0029VaBPp7rK5cD6XB2Xp81Z

What's Your Reaction?

like

dislike

love

funny

angry

sad

wow

211
211