ପଞ୍ଚାୟତସ୍ତରୀୟ ସଚେତନତା ଶିବିର

Feb 16, 2024 - 17:41
Feb 16, 2024 - 18:02
 0  1.1k
ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବାସୁଦେବପୁର : ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ବାସୁଦେବପୁର ବ୍ଲକର ଗ୍ରାମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ବାସୁଦେବପୁର ବ୍ଲକର ଆର୍ତ୍ତୁଂ, ପଢୁଆଁ ଓ ଜଗନ୍ନାଥପୁର ପଂଚାୟତର ଗ୍ରାମ ପଂଚାୟତସ୍ତରୀୟ ସଚେତନତା ଶିବିରରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ବ୍ଲକର ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ,ବିଧାୟକ ପ୍ରତିନିଧି ଅସିତ କୁମାର ଦାଶ,ବିଡିଓ ସଞ୍ଜିବ କୁମାର ସାହୁପ୍ରମୁଖ ଯୋଗଦେଇଥିଲେ । ତାଙ୍କ ସହିତ ପଢୁଆଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ଦୀନବନ୍ଧୁ ଦାସ, ଜିଲ୍ଲା ପରିଷଦ ସଭ୍ୟ ଯଦୁନାଥ ନାୟକ,ଗୌତମ ସେଠୀ,ଶଶିକାନ୍ତ ରାଉତ, ନୂଆଗାଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନିରୁଦ୍ଧ ମଳିକ ଯୋଗ ଦେଇଥିଲେ । ସମସ୍ତ ପଂଚାୟତରେ ଆମ ପଂଚାୟତର ବିକାଶ ପୁସ୍ତିକାକୁ ଲୋକାର୍ପଣ କରାଯାଇଥିଲା । ତିନିଗୋଟି ପଞ୍ଚାୟତର ପିଇଓମାନେ ଯୋଗ ଦେଇଥିଲେ I

What's Your Reaction?

like

dislike

love

funny

angry

sad

wow

211
211