ବିଜେପି ଓ କଂଗ୍ରେସ ଦଳର ୱାର୍ଡ ମେମ୍ବର ଓ ସକ୍ରିୟ କର୍ମୀମାନେ ବିଜେଡ଼ି ରେ ସାମିଲ

Feb 15, 2024 - 19:05
Feb 15, 2024 - 19:48
 0  1.8k
ବିଜେପି ଓ କଂଗ୍ରେସ ଦଳର ୱାର୍ଡ ମେମ୍ବର ଓ ସକ୍ରିୟ କର୍ମୀମାନେ ବିଜେଡ଼ି ରେ ସାମିଲ
ବିଜେପି ଓ କଂଗ୍ରେସ ଦଳର ୱାର୍ଡ ମେମ୍ବର ଓ ସକ୍ରିୟ କର୍ମୀମାନେ ବିଜେଡ଼ି ରେ ସାମିଲ

ବାସୁଦେବପୁର (RNI) ଆଗକୁ ସାଧାରଣ ନିର୍ବାଚନ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିଆଦର୍ଶ ଓ ବାସୁଦେବପୁର ବିଧାୟକ ବିଷ୍ନୁବ୍ରତ ରାଉତରାୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରସା କରି ଏଡତାଳ ପଞ୍ଚାୟତର ସରପଞ୍ଚ ଅମରେନ୍ଦ୍ର ପଲେଇ ଓ ସମିତି ସଭ୍ୟ ଉମେଶ ପଲେଇଙ୍କ ନେତୃତ୍ୱରେ ବିଜେପି ଓ କଂଗ୍ରେସ ଦଳର ୱାର୍ଡ ମେମ୍ବର ଓ ସକ୍ରିୟ କର୍ମୀମାନେ ନିଜ ଦଳ ଛାଡି ବିଧିବଦ୍ଧ ଭାବେ ବିଧାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ବିଧାୟକ ସ୍ବାଗମ ସମ୍ବର୍ଦ୍ଧନା ଜଣାଇଥିଲେ । ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Follow the RNI News channel on WhatsApp: https://whatsapp.com/channel/0029VaBPp7rK5cD6XB2Xp81Z

What's Your Reaction?

like

dislike

love

funny

angry

sad

wow

211
211