ବେତଡା ହାଇସ୍କୁଲ ବନ୍ଧୁମିଳନ

ବେତଡା ହାଇସ୍କୁଲ ବନ୍ଧୁମିଳନ 

Apr 6, 2024 - 23:54
Apr 7, 2024 - 10:56
 0  783
ବେତଡା ହାଇସ୍କୁଲ ବନ୍ଧୁମିଳନ

ବାସୁଦେବପୁର (RNI)  : ବାସୁଦେବପୁର ବ୍ଲକ ଅନ୍ତର୍ଗତ ବେତଡା ହାଇସ୍କୁଲର ୧୯୭୨ମସିହା ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ବେତଡାହାଟ କଲ୍ୟାଣ ମଣ୍ଡପ ଠାରେ ବନ୍ଧୁମିଳନ  ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେତଡା ହାଇସ୍କୁଲର ପୁର୍ବତନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପରିଡାଙ୍କ ପୈାରହିତ୍ୟରେ ବରେଣ୍ୟ ଅତିଥି ଭାବରେ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି,ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପୋଲିସ ଅଧିକ୍ଷକମନରଞ୍ଜନ ମହାନ୍ତି,ପ୍ରଧାନଶିକ୍ଷକ ଉଦୟ ନାରାୟଣ ପାଢୀ, ଅବସରପ୍ରାପ୍ତ ପ୍ରାଦ୍‌୍ୟାପକ ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି,ପ୍ରାଧ୍ୟାପିକା ପ୍ରତିଭା ରାୟପ୍ରମୁଖ ସ୍ମୃତି ବିଜତିତ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀମାନେ ଉପଢୈାକନ ଓପୁଷ୍ପଗୁଚ୍ଛ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହି ଅବସରରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Follow the RNI News channel on WhatsApp: https://whatsapp.com/channel/0029VaBPp7rK5cD6XB2Xp81Z 

What's Your Reaction?

like

dislike

love

funny

angry

sad

wow