ଲକ୍ଷ୍ମୀବସର ଲୋକାର୍ପଣ,ବସରେ ଯାଇ ସଭାସ୍ଥଳରେ ପହଞ୍ଚିଲେ ବିଧାୟକ

Feb 17, 2024 - 18:43
Feb 17, 2024 - 18:44
 0  810

ବାସୁଦେବପୁର. : ବାସୁଦେବପୁର ବ୍ଲକ ପରିସରରେ ଲକ୍ଷ୍ମୀବସର ଲୋକାର୍ପଣ କରାଯିବା ପରେ ସେହି ବସରେ ଯାଇ ସଭାସ୍ଥଳରେ ପହଞ୍ଚିଲେ ବିଧାୟକ ବିଷ୍ନୁବ୍ରତ ରାଉତରାୟ । ସରକାରୀ ଭାବେ ଧାର୍ଯ୍ୟ ବସଭଡା ଦେଇ ମହିଳା ଓ ପରୁଷମାନେ ବସରେ ଯାତ୍ରା କରିଥିଲେ । ପସ୍ମପୁର ଠାରେ ଥିବା ସ୍ଲୁଇସଗେଟ ନିକଟରେ ବସରୁ ଓହ୍ଲାଇ ସ୍ଲୁଇସଗେଟ ପୁନଃରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କରିବା ସହ  ସଭାସ୍ଥଳରେ ପହଞ୍ଚିଥିଲେ ବିଧାୟକ ଶ୍ରୀ ରାଉତରାୟ । ପଦ୍ମପୁର ମେଳକସାହି ପଡିଆ ଠାରେ ପୁର୍ବତନ ଜିଲ୍ଲା ପରିଷଦ ଦୀନବନ୍ଧୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଜନସଚେତନାତା ଶିବିରରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ରାଉତରାୟ ଓ ସମ୍ନାନୀତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ୱାଳ, ବିଡିଓ ସଞ୍ଜିବକୁମାର ସାହ,ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ନାୟକପ୍ରମୁଖ  ଯୋଗଦେଇଥିଲେ ।  ଅଶୋକକୁମାର ନାୟକ, ଅମୂଲ୍ୟ ନାୟକ  ଶିବିର ପରିଚାଳନାରେ ସହଯୋଗ କରିଥିଲେ ।  ଜଗନ୍ନାଥ ପ୍ରସାଦ ପଞ୍ଚାୟତରରେ ଆୟୋଜିତ ଜନସଚେତନା ଶିବିରରେ ବିଧାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦାସ ଯୋଗଦେଇଥିବା ବେଳେ ସ୍ତାନୀୟ ସରପଞ୍ଚ ବାସୁଦେବ କାଣ୍ଡି ଉପସ୍ଥିତ ରହି  ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ସୁଗୋ ପଞ୍ଚାୟତର ବାସନ୍ତିପଡିଆ ଠାରେ ସରପଞ୍ଚ ଚିନ୍ତାମଣି ନାୟକଙ୍କ ପୈାରହିତ୍ୟରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଜନସଚେତନତା ଶିବିରରେ ବିଧାୟକଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow