ଯୁକ୍ତଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

Mar 2, 2024 - 19:04
Mar 2, 2024 - 20:17
 0  594
ଯୁକ୍ତଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର ତହସିଲ ଅଧିନ ଚାନ୍ଦିମାଳସ୍ଥିତ ନବୋଦୟ ବିଦ୍ୟାଳୟରେ ଯୁକ୍ତଦୁଇର ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର । ଏହିଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ଷଷ୍ଠ ଶ୍ରେଣୀରୁ ନବୋଦୟ ବିଦ୍ୟାଳରେ ନିୟମିତ ପାଠ ପଢିଆସୁଥିବା ଛାତ୍ରୀ ଜଣକ କେଉଁ କାରଣ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ , ହତ୍ୟା ପରେ ଆତ୍ମହତ୍ୟାର ରୁପ ଦିଆଯାଇଥିବାଆଦିକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ମୃତ ଛାତ୍ରୀଜଣକ ଭଦ୍ରକ ଜିଲ୍ଲା ଧାମନଗର କୁଟୁରିଆ ଅଞ୍ଚଳର ସୁରେନ୍ଦ୍ର ବେହେରାଙ୍କ ଝିଅ ଅର୍ପିତା ବେହେରା ବୋଲି ଜାଣିବାକୁ ମିଳିଛି । ଆଜି ସକାଳ ଆଠଟା ସମୟରେ ସମୟରେ ଅର୍ପିତା କ୍ଲାସରେ ଯୋଗଦେବାର ଥିଲା । ମାତ୍ର ୭ଟା୪୫ ମିନିଟ ସମୟରେ ବିଦ୍ୟାଳୟ ପକ୍ଷରୁ ଝୁଲନ୍ତା ଅବସ୍ଥାରେ ମୃତ ଶରୀରକୁ ଉଦ୍ଧାର କରି ନିକଟସ୍ଥ କଷିଆ ସାମୁଦ୍ରୀକ ଥାନାକୁ ଖବରଦେଇଥିଲେ ବିଦ୍ୟାଳୟ କର୍ତ୍ତୁପକ୍ଷ । ଏଥି ସହିତ ଅର୍ପିତାର ପରିବାରକୁ ଖବର ଦିଆଯାଇଥିଲା । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ବାସୁଦେବପୁରର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ବ୍ୟବଛେଦ ପାଇଁ ପଠାଯାଇଛି । ତେବେ ଆଜି ସକାଳ ସମୟରେ ମୃତକ ଛାତ୍ରୀ ଜଣକ ନିଜ ପରିବାର ସହ କଥା ହୋଇଥିଲେ ବୋଲି ଜାଣିବାକୁ ମିଳିଛି । ନିଜ ଝିଅକୁ ମାରି ଦିଆଯାଇଛି ବୋଲି ଅର୍ପିତାର ମାଆ ଅଭିଯୋଗ କରିଛନ୍ତି । ଥାନାଧିକାରିଣୀ ସାବିତ୍ରୀ ପଣ୍ଡା କୁହନନ୍ତି,  ଘଟଣାର ନୀରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

What's Your Reaction?

like

dislike

love

funny

angry

sad

wow