ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର, ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ

Feb 20, 2024 - 19:22
Feb 20, 2024 - 19:28
 0  1.1k
ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର, ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ

ବାସୁଦେବପୁର : ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବିଭିନ୍ନ ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଆରୁହା,ବରଣ୍ଡୁଆ ଓ ନରସିଂହପୁର ପଞ୍ଚାୟତରେ ଆୟୋଜିତ ସଚେତନତା ଶିବିରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ନୁବ୍ରତ ରାଉତରାୟ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ,ବଡିଓ ସଞ୍ଜିବକୁମାର ସାହୁ,ଦୀନବନ୍ଧୁ ଦାସ, ସାଂସଦ ପ୍ରତିନିଧୀ ସୁରେଶଚନ୍ଦ୍ର ମହାନ୍ତିପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବରେ ସଚେତନତା ଶିବିରକୁ ଉଦଘାଟନ କରିଥିଲେ ।  ବରଣ୍ଡୁଆ ପଞ୍ଚାୟତର ରତାଙ୍ଗ ପଡିଆ ଠାରେ ପୁର୍ବତନ ସରପଞ୍ଚ ବସନ୍ତମଞ୍ଜୀ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧୀମାନେ ଉପସ୍ଥିତ ଥିଲେ । ସେହିପରି ନରସିଂହପୁର ପଞ୍ଚାୟତ ସମ୍ମୁଖରେ ଆୟେଜିତ ସଚେତନାତା ଶିବିରରେ ରବିନ୍ଦ୍ର ପଣ୍ଡାଙ୍କ ସମେତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।   ସମସ୍ତ ପଞ୍ଚାତରେ ସଚେତନତା ଶିବିର ସମୟରେ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ସହିତ ପଞ୍ଚାୟତର ବିକାଶ ପୁସ୍ତିକା ଲୋକାର୍ପଣ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow