ବିପର୍ଯ୍ୟୟ ପରିଚାଳନା ସଚେତନତା ଶିବିର

Feb 27, 2024 - 19:09
Feb 27, 2024 - 20:08
 0  594
ବିପର୍ଯ୍ୟୟ ପରିଚାଳନା ସଚେତନତା ଶିବିର

ବାସୁଦେବପୁର : ବାସୁଦେବପୁର ପଞ୍ଚାୟତ ସମିତିର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିନ ଗ୍ରାମବାସୀମାନଙ୍କୁ  ନେଇ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବ୍ଲକର ପଢୁଆଁ ପଞ୍ଚାୟତ ମେହନପୁର ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀ ଓ ଅଢୁଆଁ ପଞ୍ଚାୟତର ଆଡିଆ ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ଓ ବାସୁଦେବପୁର ଲାଇଫଲାଇନ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ ରିଲାଏନ୍ସ ଫାଉଣ୍ଡେସନର ଦିବ୍ୟକାନ୍ତ ନାୟକ,ସରପଞ୍ଚଙ୍କ ପ୍ରତିନିଧୀ ବୃନ୍ଦାବନ ଦାସ,ଲାଇଫଲାଇନର ସଂପାଦକ ରମାକାନ୍ତ ଡାଙ୍ଗୁଆ ଯୋଗଦେଇ ବନ୍ୟା, ବାତ୍ୟା ଓ ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ହାନୀକୁ ରୋକିବା ପାଇଁ ଗୋଷ୍ଠୀ ସ୍ତରୀୟ ସଚେତନତା ଶିବିରର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ ।    ମୋହନପୁର, ଅଢୁଆଁ ଆଡିଆ,  କଷିଆ, ବଡହାବେଳିସାହୀ ଓ ସୁନାମୁହିଁ ଗ୍ରାମରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।   

What's Your Reaction?

like

dislike

love

funny

angry

sad

wow