ଟଙ୍କା ନେଣଦେଣକୁ ନେଇ ଯୁବକଙ୍କୁ ହତ୍ୟା

ବାସୁଦେବପୁର,୭/୦୫( ) : ତାମିଲନାଡୁ କାଠପାଡିରେ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିବା ଦାଦନ ଶ୍ରମିକଙ୍କୁ ଟଙ୍କା ନେଣଦେଣକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଏମିତି କିଛି ସୂଚନା ପାଇଛି ପୋଲିସ । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ପରେ ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ ଚାଲୁରହିଛି । ଅପରପକ୍ଷରେ ଶବ ବ୍ୟବଛେଦ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନର କରାଯିବା ପରେ ନିଜ ଗାଁ ମାଟିରେ ପହଞ୍ଚିଛି ମରଶରୀର । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁର ପଞ୍ଚାୟତ ମିରିଗା ଗ୍ରାମର ହରିହର ଧଳଙ୍କ ପୁଅ ବଳଭଦ୍ର ଧଳ ତାମିଲନାଡୁ କାଠପାଡିରେ ଥିବା ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲା । ରବିବାର ସଂନ୍ଧ୍ୟା ସମୟରେ ନିଜ ରୁମସାଥୀଙ୍କ ସହ ବାହାରକୁ ବୁଲିବାକୁୁ ଯାଇଥିଲା । ସେଠାରୁ ସଭିଏଁ ଫେରିବା ପରେ ପୁଣି ଥରେ ଜଣେ ସାଥୀଙ୍କ ସହିତଚାଲିଯିବା ପରେ ରୁମକୁ ଫେରିନଥିଲା । ସାଥୀଜଣକ ରୁମକୁ ଫେରିଥିବା ବେଳେ ପରଦିନ ସକାଳ ସମୟରେ ଗୋଟିଏ କି.ମି ଦୂରରେ ଥିବା ରେଳ ଧାରଣା କଡରେ ମୃତ ଶରୀର ଉପରେ ଫଥର ରଖାଯାଇଥିବା ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଣକ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଧିନ ବାଟି ଗ୍ରାମର ବୋଲି ଜଣାପଡିଛି ।
What's Your Reaction?






