ଚୋରା କରତକଳ ଉପରେ ଚଢଉ, ଯନ୍ତ୍ରାଂଶ ସହ କାଠ ଜବତ

May 7, 2025 - 19:07
May 7, 2025 - 19:09
 0  540
ଚୋରା କରତକଳ ଉପରେ ଚଢଉ, ଯନ୍ତ୍ରାଂଶ ସହ କାଠ ଜବତ

ବାସୁଦେବପୁର,୭/୦୫(  ) :  ଦିନକୁ ଦିନ ଚେôରା କାରବାରର ହବ ପାଲଟିଛି ବାସୁଦେବପୁର । ଚୋରା କୋଇଲା, କାଠ, ବାଲି ଓ ମାଟି କାରବାରର ହବ ପାଲଟିଥିବା ବେଳେ ପ୍ରଶାସନ ଜାଣିପାରୁନି । ଯାହାକୁନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।  ଆଜି ବାସୁଦେବପୁର ବନବିଭାଗ ପକ୍ଷରୁ ଚୋରା କରତକଳ ଉପରେ ଚଢଉ କରାଯାଇଥିଲା । କୁମାରପୁର ଠାରେ ଥିବା ଚୋରା କରତକଳ ଉପରେ ଚଢଉ କରି ଯନ୍ତାଂଶ ସହିତ ୨୦ସିପ୍ଟ କାଠ ଜବତ କରିଛି । ଦିର୍ଘ ଦିନରୁ ଏହି ଚୋରା କରତକଳ ଚାଲିଆସୁଥିବା ଖବରପାଇ ବନ ବିଭାଗ ଆଜି ଚଢଉ କରିଥିଲା । ବାସୁଦେବପୁର ପୋଲିସ ସହାୟତାରେ ଭଦ୍ରକ ଏସିଏଫ ସୁମିତ ମହାନ୍ତି,ରେଞ୍ଜର ଅତୁଲ କୁମାର ମହାନ୍ତି, ଫରେଷ୍ଟର ସୁଶିଲକୁମାର ସିଂ,ବିନୋଦକୁମାର ସିଂଙ୍କ ସମେତ ଚାନ୍ଦବାଲି ଓ ଭଦ୍ରକ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0