ଜଗବନ୍ଧୁ ମେମୋରିଆଲ ଆନ୍ତରାଜ୍ୟ ଫୁଟବଲ ମ୍ୟାଚ, ଫାଇନାଲରେ କଟକ ଓ ଖୋର୍ଦ୍ଧା

May 11, 2025 - 18:55
May 11, 2025 - 18:55
 0  54
ଜଗବନ୍ଧୁ ମେମୋରିଆଲ ଆନ୍ତରାଜ୍ୟ ଫୁଟବଲ ମ୍ୟାଚ, ଫାଇନାଲରେ କଟକ ଓ ଖୋର୍ଦ୍ଧା

ବାସୁଦେବପୁର (RNI) ବାସୁଦେବପୁର ଟାଉନ କ୍ଲବ ଆୟୋଜିତ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତକାଲି  ଖେଳରେ ରୁଦ୍ରାଂଶୁ ଖଡଗପୁର ଓ ଜୟ ଜଗନ୍ନାଥ କ୍ଲବ କଟକ ମଧ୍ୟରେ  ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଜୟ ଜଗନ୍ନାଥ କ୍ଲବ କଟକ ଖଡଗପୁରକୁ ୩-୨ ଗୋଲରେ ପରାସ୍ତ କରି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି । ଆକ୍ରମଣାତ୍ମକ ଭଙ୍ଗୀରେ ଆରମ୍ଭରୁ ଖେଳ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ସୁଦ୍ଧା ଖଡଗପୁର ଦୁଇଟି ଗୋଲ କରିଥିବାରେ ସମର୍ଥ ହୋଇଥିଲା ସହ ଜୟ ଜଗନ୍ନାଥ କ୍ଲବ କଟକତିନିଗୋଟି ଗୋଲ କରିପାରିଥିଲା ।  ଦ୍ୱିତୀୟାର୍ଦ୍ଧ ଖେଳରେ  କୈାଣସି ଗୋଲ ହୋଇପାରିନଥିଲା । ମୁଖ୍ୟଅତିଥି ଭାବରେ ବାସୁଦେବପୁର ଥାନାଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ସମତେ ଯୁବନେତା ଉଦୟନାରାୟଣ ମଲ୍ଲିକ,ଜଗବନ୍ଧୁ ଦାସ, ବିଟୁ ଦାସ,ଅମର ନାୟକ ଓ କ୍ଲବ ସଂପାଦକ ମହେଶଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ । ମାନସ ବିଶ୍ୱାଳ, ଗଣେଶ୍ୱର ସିଂ,ରାମଚନ୍ଦ୍ର ବେସ୍ରା,ଉତ୍ତମ ବାରିକ ଖେଳ ପରିଚାଳନା କରିଥିଲେ ।  ପୁର୍ବରୁ ପୁରୀ ଏକାଡେମୀକୁ ହରାଇ ରଘୁନାଥ ଫୁଟବଲ କ୍ଲବ ଖୋର୍ଦ୍ଧା ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0