ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ, ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ 

May 17, 2025 - 19:12
May 17, 2025 - 19:13
 0  216
ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ, ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ 

ବାସୁଦେବପୁର (RNI) ଶେଷରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ମାତ୍ର ଜଣେ କନିଷ୍ଠଯନ୍ତ୍ରୀ । ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡହ୍ୟାଣ୍ଡରେ ମାଡି ବସିଲା ଭିଜିଲାନ୍ସ ଟିମ । ଏମିତି ଘଟଣା ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବ୍ରାହ୍ଣଣଗାଁ ପଞ୍ଚାୟତର ଘଟଣା ବୋଲି ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପଞ୍ଚାୟତ ସମିତିରେ କନିଷ୍ଠଯନ୍ତ୍ରୀ ଭାବରେ  ଅଶୋକକୁମାର ଦାସ ବ୍ରାହ୍ମଣଗାଁ ପଞ୍ଚାୟତ ଦାଇତ୍ୱରେ ରହିଥିଲେ ।

କେତେଗୋଟି ପଞ୍ଚାୟତ ଗୁଡିକରେ ପୁରୁଣା କାମକୁ ଦେଖାଇ  ବିଲ କରାଇଦେବା, ଆବାସ ଯୋଜନାରେ ବ୍ୟାପକ ଘୋଟାଲାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିବା ବେଳେ ମନରେଗା ଯୋଜନା ପଞ୍ଚାୟତ ସମିତିରେ ବ୍ୟାପକ ଜାଲିଆତି ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହିକ୍ରମରେ ପୋଖରୀ ପୁନଃରୁଦ୍ଧାର ଓ ମାର୍କେଟ କଂପ୍ଲେକ୍ସ ବିଲ କରାଇଦେବକୁ କହି ନିୟୁଇଣ୍ଡିଆସାହିଠାରେ ଥିବା ଭଡା ଘରେ ଚାଲିଥିଲା ଡିଲ । ଏହି କ୍ରମରେ ଠିକାଦାରଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୁର୍ବ ଯୋଜନା ମୁତାବକ ସେଠାରେ ଛକିବସିଥିବା ଭିଜିଲାନ୍ସ ଟିମ ମାଡି ବସିଥିଲା ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0